Print Sermon

ଏହି ୱେବସାଇଟର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱର ପାଳକ ଏବଂ ମିଶନାରୀମାନଙ୍କୁ ମାଗଣା ଉପଦେଶ ପାଣ୍ଡୁଲିପି ଏବଂ ଉପଦେଶ ଭିଡିଓ ଯୋଗାଇ ଦେବା, ବିଶେଷତଃ ଏହି ତୃତୀୟ ବିଶ୍ୱରେ, ଯେଉଁଠାରେ ଅତି କମ୍ ଧର୍ମତତ୍ତ୍ୱ ସେମିନାରୀ କିମ୍ବା ବାଇବଲ ବିଦ୍ୟାଳୟ ଅଛି।

ଏହି ଉପଦେଶ ପାଣ୍ଡୁଲିପି ଏବଂ ଭିଡିଓ ଗୁଡ଼ିକ ବର୍ତ୍ତମାନ www.sermonsfortheworld.com ଦ୍ୱାରା ୨୨୧ ଟି ଦେଶରେ ପ୍ରାୟ ୧,୫୦୦,୦୦୦ କମ୍ପ୍ୟୁଟରକୁ ଯାଇଥାଏ। ଏବଂ ଅନ୍ୟ ଶହ ଶହ ଲୋକ ୟୁଟ୍ୟୁବରେ ଭିଡିଓ ଗୁଡିକ ଦେଖନ୍ତି, କିନ୍ତୁ ସେମାନେ ଶୀଘ୍ର ୟୁଟ୍ୟୁବ ଛାଡି ଆମ ୱେବସାଇଟକୁ ଆସନ୍ତି। ୟୁଟ୍ୟୁବ୍ ମାଧ୍ଯମରେ ଲୋକମାନେ ଆମ ୱେବସାଇଟ୍କୁ ଆସିଥାଆନ୍ତି। ପ୍ରତି ମାସରେ ପ୍ରାୟ ୧୨୦,୦୦୦ କମ୍ପ୍ୟୁଟରକୁ 46 ଟି ଭାଷାରେ ଉପଦେଶ ପାଣ୍ଡୁଲିପି ଦିଆଯାଇଥାଏ। ଉପଦେଶ ପାଣ୍ଡୁଲିପିଗୁଡ଼ିକ କପିରାଇଟ୍ ନୁହେଁ, ତେଣୁ ପ୍ରଚାରକମାନେ ଆମ ଅନୁମତି ବିନା ମଧ୍ଯ ସେଗୁଡିକ ବ୍ୟବହାର କରିପାରିବେ। ସମଗ୍ର ବିଶ୍ୱରେ ସୁସମାଚାର ପ୍ରଚାର କରିବାର ଏହି ମହତ୍ କାର୍ଯ୍ୟରେ ଆମକୁ ସାହାଯ୍ୟ କରିବାକୁ ଆପଣ କିପରି ମାସିକ ଦାନ କରିପାରିବେ ତାହା ଜାଣିବା ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ।

ଯେତେବେଳେ ଆପଣ ଡକ୍ଟର ହାଇମର୍ସଙ୍କୁ ଲେଖନ୍ତି, ଆପଣ କେଉଁ ଦେଶରେ ରୁହନ୍ତି ଏହା କୁହନ୍ତୁ, ଅନ୍ୟଥା ସେ ଆପଣଙ୍କୁ ଉତ୍ତର ଦେଇ ପାରିବେ ନାହିଁ। ଡକ୍ଟର ହାଇମର୍ସଙ୍କ ଇ-ମେଲ୍ ହେଉଛି rlhymersjr@sbcglobal.net



ପ୍ରକୃତ ପରିବର୍ତ୍ତନ - ସର୍ବଶେଷ ସଂସ୍କରଣ

REAL CONVERSION – LATEST EDITION
(Odia – A Language of India)

ଡକ୍ଟର ଆର. ଏଲ. ହାଇମର୍ସ, ଜୁନିଅରଙ୍କ ଦ୍ୱାରା
by Dr. R. L. Hymers, Jr.

ଲସ୍ ଆଞ୍ଜେଲ୍ସର ବାପଟିଷ୍ଟ ଟ୍ୟାବର୍ନାକଲରେ ପ୍ରଚାର କରାଯାଇଥିବା ଏକ ଉପଦେଶ
A sermon preached at the Baptist Tabernacle of Los Angeles
Lord’s Day Morning, January 4, 2015

“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ“ (ମାଥିଉ ୧୮:୩)।


ଯୀଶୁ ସ୍ପଷ୍ଟ ଭାବରେ କହିଥିଲେ, “ଯଦି ତୁମେ ପରିବର୍ତ୍ତିତ ନ ହୁଅ… ତେବେ ତୁମେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।” ତେଣୁ, ସେ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ କରିଛନ୍ତି ଯେ ତୁମକୁ ନିଶ୍ଚିତ ଭାବରେ ପରିବର୍ତ୍ତନର ଅନୁଭବ କରିବାକୁ ହେବ। ସେ କହିଛନ୍ତି ଯଦି ତୁମେ ପରିବର୍ତ୍ତନର ଅନୁଭବ ନକର, ତେବେ ତୁମେ “ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।”

ଆଜି ସକାଳେ ମୁଁ ଆପଣଙ୍କୁ କହିବାକୁ ଯାଉଛି, ଯିଏ ପ୍ରକୃତ ପରିବର୍ତ୍ତନର ଅନୁଭବ କରେ ସେହି ବ୍ୟକ୍ତିଙ୍କ ସହିତ କ’ଣ ହୁଏ। ଧ୍ୟାନ ଦିଅନ୍ତୁ ଯେ ମୁଁ ଏକ “ପ୍ରକୃତ” ପରିବର୍ତ୍ତନ କହିଲି। “ପାପୀଙ୍କର ପ୍ରାର୍ଥନା” ଏବଂ ଅନ୍ୟାନ୍ୟ ନିଷ୍ପତ୍ତିର ବ୍ୟବହାର ମାଧ୍ୟମରେ, ଲକ୍ଷ ଲକ୍ଷ ଲୋକ କେବଳ ମିଥ୍ୟା ପରିବର୍ତ୍ତନର ଅନୁଭବ କରିଅଛନ୍ତି।

ମୋ ନିଜ ପତ୍ନୀଙ୍କ ସମେତ ଆମ ମଣ୍ଡଳୀରେ କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରଥମ ଥର ସ୍ପଷ୍ଟ ରୂପରେ ସୁସମାଚାର ପ୍ରଚାର ଶୁଣି ପରିବର୍ତ୍ତିତ ହୋଇଥିଲେ। କିନ୍ତୁ ଏମାନେ ସମସ୍ତେ ବୟସ୍କପ୍ରାପ୍ତ ଲୋକ ଥିଲେ ଯେଉଁମାନେ ସୁସମାଚାର ଶୁଣିବା ପୂର୍ବରୁ ନିଜ ଜୀବନର ପରିସ୍ଥିତି ଦ୍ୱାରା ଉତ୍ତମ ଭାବରେ ପ୍ରସ୍ତୁତ ଥିଲେ। ସେମାନଙ୍କ ମଧ୍ୟରୁ କେହି ଛୋଟ ପିଲା ନଥିଲେ। ଆମର ଅଧିକାଂଶ ପ୍ରକୃତ ପରିବର୍ତ୍ତନ, ଯୁବକମାନଙ୍କ ମଧ୍ୟରେ ହୋଇଅଛି, ଯେଉଁମାନେ ସୁସମାଚାରର ଉପଦେଶ ଶୁଣିବାର ଅନେକ ମାସ (ଏପରିକି ଅନେକ ବର୍ଷ) ପରେ ଖ୍ରୀଷ୍ଟଙ୍କ ନିକଟକୁ ଆସିଅଛନ୍ତି। ସ୍ପର୍ଜନ୍ କହିଅଛନ୍ତି, “ପ୍ରଥମ ଦେଖାରେ ବିଶ୍ୱାସ ଭଳି କିଛି ଲାଗିପାରେ, କିନ୍ତୁ ସାଧାରଣତଃ ଆମେ ପର୍ଯ୍ୟାୟକ୍ରମେ ବିଶ୍ୱାସରେ ପହଞ୍ଚିଥାଉ” (ସି. ଏଚ. ସ୍ପର୍ଜନ, ସଂକୀର୍ଣ ଦ୍ୱାରର ଚାରିପାଖରେ, ପିଲଗ୍ରୀମ ପ୍ରକାଶନ, ୧୯୯୨ ପୁନଃ ମୁଦ୍ରଣ, ପୃ. ୫୭)। ଅଧିକାଂଶ ଲୋକ ଗତି କରୁଥିବା “ପର୍ଯ୍ୟାୟ ଗୁଡିକ” ହେଲା।

I. ପ୍ରଥମେ, ଆପଣ ପରିବର୍ତ୍ତିତ ହେବା ବ୍ୟତୀତ ଅନ୍ୟ କୌଣସି କାରଣରୁ ମଣ୍ଡଳୀକୁ ଆସିଥାଆନ୍ତି।

ପ୍ରାୟ ପ୍ରତ୍ଯେକ ଲୋକ ଏକ “ଅନ୍ଯ” କାରଣ ପାଇଁ ପ୍ରଥମ ଥର ମଣ୍ଡଳୀକୁ ଆସନ୍ତି, ଯେପରି ମୁଁ ନିଜେ ଏପରି କରିଥିଲି। ମୁଁ କିଶୋର ଅବସ୍ଥାରେ ମଣ୍ଡଳୀକୁ ଆସିଥିଲି କାରଣ ଆମ ପଡୋଶୀ ପରିବାର ମୋତେ ସେମାନଙ୍କ ସହିତ ଚର୍ଚ୍ଚକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ତେଣୁ ମୁଁ ୧୯୫୪ ମସିହାରେ ଚର୍ଚ୍ଚକୁ ଯିବା ଆରମ୍ଭ କଲି କାରଣ ମୁଁ ଏକୁଟିଆ ଥିଲି, ଏବଂ ମୋ ପଡୋଶୀ ଲୋକମାନଙ୍କର ମୋ ସହିତ ଭଲ ସମ୍ପର୍କ ଥିଲା। ତାହା ପ୍ରକୃତରେ କଣ ଏକ “ସଠିକ୍” କାରଣ ଅଟେ? ମୁଁ ଶୁଣିଥିବା ପ୍ରଥମ ଉପଦେଶର ଶେଷରେ ମୁଁ “ଆଗେଇ” ଆସିଲି ଏବଂ କୌଣସି ପରାମର୍ଶ ବିନା ବାପ୍ତିଜିତ ହେଲି, ଏପରି କି ମୁଁ କାହିଁକି ଆଗକୁ ଆସିଲି ବୋଲି ମଧ୍ଯ ପଚରାଯାଇ ନଥିଲା। ସେପରି ଭାବରେ ମୁଁ ବାପ୍ତିଜିତ ହୋଇଗଲି। କିନ୍ତୁ ମୋର ପରିବର୍ତ୍ତନ ହୋଇ ନଥିଲା। ମୋର ଆଗେଇ ଆସିବାର କାରଣ ଥିଲା, ମୋ ପଡୋଶୀ ଲୋକମାନଙ୍କର ମୋ ସହିତ ଉତ୍ତମ ସମ୍ପର୍କ, ମୁଁ ଯେ ଉଦ୍ଧାର ପାଇବାକୁ ଚାହୁଁଥିଲି ତାହା ନ ଥିଲା। ତେଣୁ ମୁଁ ଏକ ଦୀର୍ଘ ସଂଘର୍ଷ ଦେଇ ଗତିକଲି ଯାହା ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ସେପ୍ଟେମ୍ବର ୨୮, ୧୯୬୧ ମସିହାରେ ଯେତେବେଳେ ବାୟୋଲା କଲେଜରେ (ବର୍ତ୍ତମାନର ବାୟୋଲା ୟୁନିଭରସିଟି) ଡକ୍ଟର ଚାର୍ଲ୍ସ ଜେ. ଉଡ୍‍ବ୍ରିଜଙ୍କ ପ୍ରଚାର ମୁଁ ଶୁଣିଲି ସେତେବେଳେ ମୋର ପରିବର୍ତ୍ତନ ହୋଇଥିଲା। ସେହି ଦିନ ମୁଁ ଯୀଶୁଙ୍କ ଉପରେ ଭରସା କଲି, ଏବଂ ସେ ମୋତେ ଧୌତ କଲେ ଏବଂ ମୋତେ ପାପରୁ ରକ୍ଷା କଲେ।

ଆପଣ ମାନଙ୍କ ବିଷୟରେ କଣ? ଆପଣ ମାନେ ଏଭଳି ଏକାକୀ ଥିବାରୁ ଚର୍ଚ୍ଚକୁ ଆସିଥିଲେ କି? କିମ୍ବା ଆପଣଙ୍କ ପିତାମାତା ଆପଣଙ୍କୁ ପିଲାବେଳେ ଚର୍ଚ୍ଚକୁ ନେଇ ଆସିଥିଲେ କି? ଯଦି ଆପଣ ଏକ ଚର୍ଚ୍ଚରେ ବଢିଥିବା ପିଲା ପରି ଆଜି ସକାଳେ ଆପଣଙ୍କ ଅଭ୍ୟାସରୁ ଏଠାରେ ଅଛନ୍ତି, ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ପରିବର୍ତ୍ତନ ହୋଇଅଛି। କିମ୍ବା ଆପଣ କଣ ମୋ ଭଳି ଚର୍ଚ୍ଚକୁ ଆସିବାକୁ ଶିଖିଲେ? ଯେପରିକି, ଆପଣ ଏକୁଟିଆ ଥିଲେ ଏବଂ କେହି ଜଣେ ଆପଣଙ୍କୁ ନିମନ୍ତ୍ରଣ କଲା, ଏବଂ ଲୋକମାନେ ଆପଣଙ୍କ ସହିତ ଉତ୍ତମ ବ୍ଯବହାର କରନ୍ତି? ଯଦି ଆପଣ ମଧ୍ଯ ଏପରି କାରଣରୁ ଚର୍ଚ୍ଚ ଆସିଅଛନ୍ତି, ଏହାର ଅର୍ଥ ନୁହେଁ ଯେ ଆପଣଙ୍କର ପରିବର୍ତ୍ତନ ହୋଇଅଛି। ମୋତେ ଭୁଲ୍ ବୁଝନ୍ତୁ ନାହିଁ। ହୋଇପାରେ ଏକ ଚର୍ଚ୍ଚରେ ବଢିଲା ପିଲା ପରି ଅଭ୍ୟାସରୁ, କିମ୍ବା ମୋ ଭଳି ତେର ବର୍ଷ ବୟସରେ ଏକାକୀ ଥିଲାବେଳେ କେହି ନିମନ୍ତ୍ରଣ କରିବା ଯୋଗୁ ଆପଣ ଆଜି ଏଠାରେ ଅଛନ୍ତି, କିନ୍ତୁ ମୁଁ ଖୁସି ଅଟେ ଯେ ଆଜି ଆପଣ ଏଠାରେ ଅଛନ୍ତି। ଚର୍ଚ୍ଚକୁ ଆସିବାର ସେଗୁଡ଼ିକ ହେଉଛି ବିଭିନ୍ନ କାରଣ - କିନ୍ତୁ ସେଗୁଡିକ ଆପଣଙ୍କୁ ରକ୍ଷା କରି ପାରିବ ନାହିଁ। ପରିତ୍ରାଣ ପାଇବା ନିମନ୍ତେ ଆପଣଙ୍କର ପ୍ରକୃତ ପରିବର୍ତ୍ତନ ହେବା ଆବଶ୍ଯକ। ଆପଣଙ୍କୁ ପ୍ରକୃତରେ ଯୀଶୁଙ୍କ ଦ୍ୱାରା ପରିତ୍ରାଣ ପାଇବାକୁ ପଡିବ। ତାହା ହେଉଛି ଚର୍ଚ୍ଚ ଆସିବାର “ସଠିକ୍” କାରଣ - ଏକମାତ୍ର କାରଣ ଯାହା ଆପଣଙ୍କୁ ପାପମୟ ଜୀବନରୁ ରକ୍ଷା କରି ପାରିବ।

ଅଭ୍ୟାସରୁ କିମ୍ବା ଆପଣ ଏକୁଟିଆ ଥିବା କାରଣରୁ ଚର୍ଚ୍ଚକୁ ଆସିବା ଖରାପ ନୁହେଁ। କିନ୍ତୁ ଏହା ଏକ ସଠିକ୍ କାରଣ ନୁହେଁ। କେବଳ ଆପଣଙ୍କୁ ଚର୍ଚ୍ଚକୁ ଆସିବା ପାଇଁ ଭଲ ଲାଗେ, କେବଳ ତାହା ନୁହେଁ, କିନ୍ତୁ ପରିବର୍ତ୍ତିତ ହେବା ନିମନ୍ତେ ଆପଣଙ୍କୁ ନିଶ୍ଚିତ ଭାବରେ କିଛି ଅଧିକ କରିବାକୁ ପଡିବ।

II. ଦ୍ୱିତୀୟରେ, ଆପଣ ଜାଣିବାକୁ ଆରମ୍ଭ କରନ୍ତି ଯେ ପ୍ରକୃତରେ ଜଣେ ପରମେଶ୍ୱର ଅଛନ୍ତି।

ଆପଣ ହୁଏତ ଅନୁଭବ କରିଥିବେ ଯେ ଆପଣ ଚର୍ଚ୍ଚକୁ ଆସିବା ପୂର୍ବରୁ ପରମେଶ୍ୱର ବିଦ୍ୟମାନ ଅଛନ୍ତି। କିନ୍ତୁ ଅଧିକାଂଶ ଲୋକ ସୁସମାଚାରର ସମ୍ମୁଖୀନ ହେବା ପୂର୍ବରୁ ପରମେଶ୍ବରଙ୍କ ଉପରେ କେବଳ ଏକ ଅସ୍ପଷ୍ଟ ବିଶ୍ୱାସ କରନ୍ତି। ଯଦି କେହି ଆପଣଙ୍କୁ ମଣ୍ଡଳୀକୁ ଆଣିଅଛନ୍ତି ତେବେ ଆପଣଙ୍କ କ୍ଷେତ୍ରରେ ମଧ୍ୟ ବୋଧହୁଏ ସେହିପରି ହିଁ ହୋଇଥିଲା।

ଯଦି ଆପଣ ଚର୍ଚ୍ଚରେ ବଢି ଅଛନ୍ତି, ଆପଣ ଶାସ୍ତ୍ର ବିଷୟରେ ବହୁତ କିଛି ଜାଣିଅଛନ୍ତି। ତେବେ ଆପଣ ଅତି ସହଜରେ ବାଇବଲରେ ଉପଯୁକ୍ତ ସ୍ଥାନ ଗୁଡିକ ପାଇପାରିବେ। ଆପଣ ପରିତ୍ରାଣ ନିମନ୍ତେ ପରମେଶ୍ୱରଙ୍କ ଯୋଜନା ଜାଣିଅଛନ୍ତି। ଆପଣ ଅନେକ ବାଇବଲର ପଦ ଏବଂ ଭଜନ ଗୁଡିକ ଜାଣିଅଛନ୍ତି | କିନ୍ତୁ ବର୍ତ୍ତମାନ ମଧ୍ଯ ପରମେଶ୍ୱର ଆପଣଙ୍କ ନିମନ୍ତେ ଅବାସ୍ତବ ଏବଂ ଅସ୍ପଷ୍ଟ ଅଟନ୍ତି।

ତା’ପରେ, ଆପଣ ଜଣେ ନୂତନ ବିଶ୍ୱାସୀ ହୁଅନ୍ତୁ କିମ୍ବା ଚର୍ଚ୍ଚରେ ବଢିବା ପିଲା ହୁଅନ୍ତୁ, ଆପଣଙ୍କ ଜୀବନରେ କିଛି ଘଟିବାକୁ ଲାଗେ। ଆପଣ କେବଳ ପରମେଶ୍ୱରଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ଏପରି ଅନୁଭବ କରିବା ଆରମ୍ଭ କରନ୍ତି ଯେ ପ୍ରକୃତରେ ପରମେଶ୍ୱର ଅଛନ୍ତି। ଆପଣଙ୍କ ନିମନ୍ତେ ପରମେଶ୍ୱର ଜଣେ ପ୍ରକୃତ ବ୍ୟକ୍ତି ହୋଇଯାଆନ୍ତି।

ଛୋଟବେଳୁ ପରମେଶ୍ୱରଙ୍କ ଉପରେ ମୋର ଏକ ଦୁର୍ବଳ ଏବଂ ଅସ୍ପଷ୍ଟ ବିଶ୍ୱାସ ଥିଲା। କିନ୍ତୁ ମୋର ପନ୍ଦର ବର୍ଷ ବୟସ ପର୍ଯ୍ୟନ୍ତ ମୁଁ ବାଇବଲର “ମହାନ ଏବଂ ଭୟଙ୍କର ପରମେଶ୍ବର” (ନିହିମିୟା ୧:୫) ବିଷୟରେ ଅବଗତ ନଥିଲି – ତାର ଦୁଇ ବର୍ଷ ପରେ ମୁଁ ସେହି ବାପଟିଷ୍ଟ ଚର୍ଚ୍ଚରେ ମୁଁ ଲୋକମାନଙ୍କ ସହିତ ଯୋଗଦେବା ଆରମ୍ଭ କରିଥିଲି। ଯେଉଁ ଦିନ ମୋ ଜେଜେମା’ଙ୍କୁ ସମାଧି ଦିଆଗଲା ମୁଁ ଶ୍ମଶାନରେ ଥିବା ବୃକ୍ଷକୁ ଦୌଡ଼ି ପଳାଇ ଭୂମିରେ ଲୋଟି ପଡ଼ିଥିଲି। ହଠାତ୍ ପରମେଶ୍ବର ମୋ ଉପରକୁ ଓହ୍ଲାଇ ଆସିଲେ - ଏବଂ ମୁଁ ଜାଣିଲି ଯେ ସେ ପ୍ରକୃତ ଅଟନ୍ତି, ଏବଂ ସେ ତାହାଙ୍କର ପବିତ୍ରତାରେ ସର୍ବଶକ୍ତିମାନ, ଏପରିକି ଭୟଙ୍କର ମଧ୍ୟ ଥିଲେ। କିନ୍ତୁ ସେପର୍ଯ୍ୟନ୍ତ ମୋର ପରିବର୍ତ୍ତନ ହୋଇ ନ ଥିଲା।

ଆପଣ ମଧ୍ଯସେପରି କିଛି ଅନୁଭବ କରିଛନ୍ତି କି? ବାଇବଲର ପରମେଶ୍ବର ଆପଣଙ୍କ ନିମନ୍ତେ ପ୍ରକୃତ ବ୍ୟକ୍ତି ଅଟନ୍ତି କି? ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ବାଇବଲ କୁହେ,

“ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି [ଅର୍ଥାତ, ସେ ବିଦ୍ଯମାନ ଅଛନ୍ତି], ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।“ (ଏବ୍ରୀ ୧୧:୬)

ପରମେଶ୍ବରଙ୍କ ଉପରେ ବିଶ୍ୱାସ କରିବା ଏକ ନିର୍ଦ୍ଦିଷ୍ଟ ପରିମାଣର ବିଶ୍ୱାସର ଆବଶ୍ୟକ କରେ - କିନ୍ତୁ ଏହା ଉଦ୍ଧାରକାରୀ ବିଶ୍ୱାସ ନୁହେଁ। ଏହା ପରିବର୍ତ୍ତନ ନୁହେଁ। ମୋ ମାତା ସବୁବେଳେ କହୁଥିଲେ, “ମୁଁ ସବୁବେଳେ ପରମେଶ୍ବରଙ୍କଠାରେ ବିଶ୍ୱାସ କରେ।” ଏବଂ ମୋ ମନରେ କୌଣସି ସନ୍ଦେହ ନାହିଁ ଯେ ସେ ବିଶ୍ୱାସ କରୁଥିଲେ। ସେ ପିଲାଦିନରୁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲେ। କିନ୍ତୁ ସେ 80 ବର୍ଷ ବୟସ ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇନଥିଲେ। ସେ ପରମେଶ୍ବରଙ୍କଠାରେ ବିଶ୍ୱାସ କରିବା ଜରୁରୀ ଥିଲା, କିନ୍ତୁ ଏହାଠାରୁ ମଧ୍ଯ ଅଧିକ ଜଣେ ବ୍ୟକ୍ତି ପ୍ରକୃତରେ ପରିବର୍ତ୍ତିତ ହେବା ଆବଶ୍ୟକ।

ତେଣୁ, ମୁଁ କହୁଛି ଯେ, ଆପଣ ବୋଧହୁଏ ଆଜି ସକାଳେ ପରମେଶ୍ୱରଙ୍କ ବାସ୍ତବତା ନ ଜାଣି ଚର୍ଚ୍ଚକୁ ଆସିଅଛନ୍ତି। ତା’ପରେ, ହୋଇପାରେ ଧୀରେ ଧୀରେ କିମ୍ବା ଅତି ଶୀଘ୍ର, ଆପଣ ଦେଖନ୍ତି ଯେ ପ୍ରକୃତରେ ଜଣେ ପରମେଶ୍ୱର ଅଛନ୍ତି। ତାହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ପରିବର୍ତ୍ତନ ବୋଲି କୁହାଯିବ ନାହିଁ।

III. ତୃତୀୟରେ, ଆପଣ ଅନୁଭବ କରନ୍ତି ଯେ ଆପଣ ନିଜ ପାପ ଦ୍ୱାରା ପରମେଶ୍ବରଙ୍କୁ ଅପମାନିତ ଏବଂ ବିରକ୍ତ କରିଅଛନ୍ତି।

ବାଇବଲ କୁହେ, “ଯେଉଁମାନେ ଶରୀରର ବଶରେ ଅଛନ୍ତି [ଅର୍ଥାତ ଯେଉଁମାନଙ୍କର ପରିବର୍ତ୍ତନ ହୋଇନାହିଁ], ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ“ (ରୋମୀୟ ୮:୮)। ତେଣୁ ଆପଣ ଜଣେ ଅପରିବର୍ତ୍ତିତ ବ୍ୟକ୍ତି ଭାବରେ ଅନୁଭବ କରିବା ଆରମ୍ଭ କରନ୍ତି, ଏବଂ ଆପଣ ଯାହା କିଛି କରନ୍ତି ସେଥିରେ ପରମେଶ୍ୱରଙ୍କ ସନ୍ତୋଷପାତ୍ର ହୋଇପାରିବେ ନାହିଁ। ବାସ୍ତବରେ, ଆପଣ ଅନୁଭବ କରିବା ଆରମ୍ଭ କରନ୍ତି ଯେ ଆପଣ ଜଣେ ପାପୀ ଅଟନ୍ତି। ପ୍ରତ୍ୟେକ ଦିନ ଆପଣଙ୍କର “ଅପରିବର୍ତ୍ତିତ ହୃଦୟ ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛନ୍ତି” (ରୋମୀୟ ୨:୫)। ବାଇବଲ କହେ:

“ପରମେଶ୍ୱର ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।” (ଗୀତ ୭:୧୧)

ପ୍ରକୃତରେ ଜଣେ ପରମେଶ୍ୱର ଅଛନ୍ତି ବୋଲି ଆବିଷ୍କାର କରିବା ପରେ, ଆପଣ ଅନୁଭବ କରିବାକୁ ଆରମ୍ଭ କରନ୍ତି ଯେ ଆପଣ ନିଜ ପାପ ଦ୍ୱାରା ପରମେଶ୍ୱରଙ୍କୁ ଅପମାନିତ କରିଅଛନ୍ତି। ଆପଣ ପରମେଶ୍ୱରଙ୍କୁ ପ୍ରେମ ନକରି ମଧ୍ଯ ତାଙ୍କୁ ଅପମାନିତ କରିଅଛନ୍ତି। ଆପଣ କରିଥିବା ପାପଗୁଡ଼ିକ ପରମେଶ୍ବର ଏବଂ ତାହାଙ୍କ ଆଜ୍ଞାଗୁଡିକର ବିରୁଦ୍ଧରେ ଥିଲା। ଏହା ପରେ ଆପଣଙ୍କ ନିମନ୍ତେ ଏହା ସ୍ପଷ୍ଟ ହୋଇଯିବ ଯେ ଏହା ସତ୍ଯ ଅଟେ। ପରମେଶ୍ବରଙ୍କ ପ୍ରତି ଆପଣଙ୍କର ପ୍ରେମର ଅଭାବ ଆପଣଙ୍କୁ ସେହି ସମୟର ସବୁଠାରୁ ମହାନ ପାପ ଭାବରେ ଦେଖାଯିବ। କିନ୍ତୁ, ତା’ଠାରୁ ମଧ୍ଯ ଅଧିକ, ଆପଣ ଅନୁଭବ କରିବା ଆରମ୍ଭ କରନ୍ତି ଯେ ଆପଣଙ୍କ ସ୍ୱଭାବ ପାପୀ ଅଟେ, ଆପଣଙ୍କ ମଧ୍ଯରେ କିଛି ବି ଉତ୍ତମତା ନାହିଁ, ପୁଣି ଆପଣଙ୍କ ହୃଦୟ ପାପପୂର୍ଣ୍ଣ ଅଟେ।

ଏହି ପର୍ଯ୍ୟାୟକୁ ପ୍ରାୟତଃ ଧାର୍ମିକ ବ୍ଯକ୍ତି ମାନଙ୍କ ଦ୍ୱାରା “ଜାଗୃତ” ର ପର୍ଯ୍ୟାୟ କୁହାଯାଏ। କିନ୍ତୁ ପାପର ସୁକ୍ଷ୍ମ ଭାବନା ଏବଂ ଗଭୀର ଭାବରେ ନିଜକୁ ଦୋଷିସାବ୍ଯସ୍ତ କରିବା ବିନା କୌଣସି ଜାଗୃତ ହୋଇପାରିବ ନାହିଁ। ସେତେବେଳେ ଜନ୍ ନ୍ୟୁଟନ୍ ଲେଖିଥିବା ପରି ଆପଣ ଅନୁଭବ କରିବେ:

ହେ ପ୍ରଭୁ, ମୁଁ କେତେ ଅପରାଧି, ଅଶୁଚି ଓ ଅପବିତ୍ର ଅଟେ!
ଏହିପରି ପାପର ଭାର ସହିତ ମୁଁ କିପରି ଆପଣଙ୍କ ନିକଟତର ହେବାକୁ ସାହସ କରିପାରିବି?
ଏହି ପ୍ରଦୂଷିତ ହୃଦୟ ତୁମ ନିମନ୍ତେ ଏକ ବାସସ୍ଥାନ ଅଟେ କି?
ହାୟ, ହାୟ! ମୋର ପ୍ରତ୍ୟେକ ଭାଗରେ, ମୁଁ କେବଳ ମନ୍ଦ ହିଁ ଦେଖୁଅଛି!
     (“ହେ ପ୍ରଭୁ, ମୁଁ କେତେ ଅପରାଧି” ଜନ୍ ନ୍ୟୁଟନଙ୍କ ଦ୍ୱାରା, ୧୭୨୫-୧୮୦୭)।

ଆପଣ ଆପଣଙ୍କର ମନ ଏବଂ ହୃଦୟର ଅନ୍ତର୍ନିହିତ ପାପ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ଆରମ୍ଭ କରିବେ। ଆପଣ ଭାବିବେ, “ମୋର ହୃଦୟ ଅତ୍ୟନ୍ତ ପାପପୂର୍ଣ୍ଣ ଏବଂ ପରମେଶ୍ୱରଙ୍କଠାରୁ ବହୁତ ଦୂରରେ ଅଛି।” ସେହି ଚିନ୍ତା ଆପଣଙ୍କୁ ବିଚଳିତ କରିବ। ଆପଣଙ୍କର ନିଜ ପାପପୂର୍ଣ୍ଣ ଚିନ୍ତାଧାରା ଏବଂ ପରମେଶ୍ବରଙ୍କ ପ୍ରତି ଆପଣଙ୍କର ପ୍ରେମ ଅଭାବରୁ ଆପଣ ବହୁତ ଅସ୍ତବ୍ଯସ୍ତ ଏବଂ ବିବ୍ରତ ହେବେ। ସେହି ପର୍ଯ୍ଯାୟରେ ପରମେଶ୍ବରଙ୍କ ପ୍ରତି ଆପଣଙ୍କର ନିର୍ଜିବ ଏବଂ ଶିଥିଳ ହୃଦୟର ଅବସ୍ଥା ଆପଣଙ୍କୁ ଗଭୀର ଭାବରେ ବ୍ଯସ୍ତ କରିବ। ଆପଣ ଅନୁଭବ କରିବା ଆରମ୍ଭ କରିବେ ଯେ ଆପଣଙ୍କ ପରି ପାପପୂର୍ଣ୍ଣ ହୃଦୟର ବ୍ୟକ୍ତିଙ୍କର କୌଣସି ଆଶା ନାହିଁ। ଆପଣଙ୍କୁ ଦେଖାଯିବ ଯେ ପରମେଶ୍ବର ଆପଣଙ୍କୁ ନର୍କକୁ ପଠାଇବା ଆବଶ୍ୟକ ଏବଂ ତାହା ହିଁ ଉଚିତ – କାରଣ ଆପଣ ନର୍କର ଯୋଗ୍ୟ ଅଟନ୍ତି। ଯେତେବେଳେ ଆପଣ ପ୍ରକୃତରେ ଜାଗ୍ରତ ହେବେ ଏବଂ ଅନୁଭବ କରିବେ ଯେ ଆପଣ ପରମେଶ୍ବରଙ୍କୁ ଅପମାନିତ କରିଅଛନ୍ତି ଏବଂ ଆପଣଙ୍କର ପାପ ଦ୍ୱାରା ତାଙ୍କୁ କ୍ରୋଧିତ କରିଅଛନ୍ତି, ଆପଣ ଏପରି ହିଁ ଭାବିବେ। ଏହି ଜାଗୃତ ହେବାର ପର୍ଯ୍ୟାୟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅଟେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ପରିବର୍ତ୍ତନ ବୋଲି କୁହାଯିବ ନାହିଁ। ଜଣେ ବ୍ୟକ୍ତି ଯିଏ ଦେଖେ ଯେ ସେ କେତେ ପାପୀ ଅଟେ, ସେ ଜାଗୃତ ହୁଏ - କିନ୍ତୁ ଏପର୍ଯ୍ୟନ୍ତ ତାହାର ପରିବର୍ତ୍ତନ ହୋଇ ନ ଥାଏ। କେବଳ ପାପରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଜଣେ ବ୍ଯକ୍ତି ପରିବର୍ତ୍ତନ ହେବା ଆଡକୁ ଆଗେଇଥାଏ।

ଆପଣ ହଠାତ୍ ହୃଦୟଙ୍ଗମ କରିପାରନ୍ତି ଯେ ଆପଣ ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରିଛନ୍ତି, କିମ୍ବା ଏହିପରି ଏକ ସଚେତନତାର ସିଦ୍ଧାନ୍ତରୁ ଏକ ପୂର୍ଣ୍ଣ ବୁଝାମଣାକୁ ବୃଦ୍ଧି କରିପାରେ ଯେ ପରମେଶ୍ୱର ଅପମାନିତ ହୋଇଅଛନ୍ତି ଏବଂ ଆପଣଙ୍କ ଉପରେ ବହୁତ ଅସନ୍ତୁଷ୍ଟ ଅଟନ୍ତି। ଯେତେବେଳେ ଆପଣ ସମ୍ପୂର୍ଣ୍ଣ ଭାବରେ ଜାଗୃତ ହେବେ ଯେ ଆପଣ ପାପୀ ଏବଂ ଅପବିତ୍ର ଅଟନ୍ତି, ସେତେବେଳେ ଆପଣ ପରିବର୍ତ୍ତନର ଚତୁର୍ଥ ଏବଂ ପଞ୍ଚମ “ପର୍ଯ୍ୟାୟ” ନିମନ୍ତେ ପ୍ରସ୍ତୁତ ହେବେ।

15 ବର୍ଷ ବୟସରେ ଚାର୍ଲ୍ସ ସ୍ପର୍ଜନ୍ ତାଙ୍କ ପାପ ବିଷୟରେ ଜ୍ଞାତ ହୋଇଥିଲେ। ତାଙ୍କ ପିତା ଏବଂ ଜେଜେବାପା ଉଭୟ ପ୍ରଚାରକ ଥିଲେ। ସେମାନେ ଏପରି ଗୋଟିଏ ସମୟରେ ବାସ କରିଥିଲେ ଯେତେବେଳେ ଆଧୁନିକ “ନିଷ୍ପତ୍ତିବାଦ” ପ୍ରକୃତ ପରିବର୍ତ୍ତନକୁ ଦୁଷିତ ଏବଂ ଅସ୍ପଷ୍ଟ କରିନଥିଲା। ତେଣୁ, ତାଙ୍କ ପିତା ଏବଂ ଜେଜେବାପା ତାଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ (ଶ୍ରେଷ୍ଠ) “ନିଷ୍ପତ୍ତି” ନେବାକୁ ଆଗକୁ ଠେଲିନଥିଲେ। ଏହା ପରିବର୍ତ୍ତେ, ପରମେଶ୍ବର ତାଙ୍କ ମଧ୍ଯରେ ପରିବର୍ତ୍ତନର ପୁଙ୍ଖାନୁପୁଙ୍ଖ କାର୍ଯ୍ୟ କରନ୍ତୁ ବୋଲି ସେମାନେ ଅପେକ୍ଷା କଲେ। ମୁଁ ଭାବୁଛି ସେମାନେ ଠିକ୍ ଥିଲେ।

ଶେଷରେ ଯେତେବେଳେ ସେ ପନ୍ଦର ବର୍ଷର ହୋଇଥିଲେ, ସେତେବେଳେ ପାପ ବିଷୟରେ ସେ ଗଭୀର ଭାବରେ ନିଜକୁ ଦୋଷୀ ସାବ୍ଯସ୍ତ କଲେ କୁ ଆସିଲେ। ସ୍ପର୍ଜନ୍ ତାଙ୍କର ପାପ ବିଷୟରେ ଜାଗୃତକୁ ଏହିପରି ବର୍ଣ୍ଣନା କରିଥିଲେ:

ହଠାତ୍ ମୁଁ ମୋଶାଙ୍କୁ ଭେଟିଲି, ସେ ତାଙ୍କ ହସ୍ତରେ ପରମେଶ୍ବରଙ୍କ ବ୍ଯବସ୍ଥା ବହନ କରିଥିଲେ। ସେ ମୋତେ ଅନାଇଲେ, ସେ ମୋତେ ଅଗ୍ନି ଚକ୍ଷୁରେ ଖୋଜୁଥିବା ପରି ମତେ ଜଣାଗଲେ। ସେ ପରମେଶ୍ୱରଙ୍କ ଦଶଟି ଶବ୍ଦ’ - ଦଶ ଆଜ୍ଞା [ମୋତେ ପଠନ କରିବାକୁ କହିଲେ] - ଏବଂ ମୁଁ ଯେତେବେଳେ ତାହାକୁ ପଠନ କଲି, ସେମାନେ ସମସ୍ତେ ଏକତ୍ର ଭାବରେ ଏକ ପବିତ୍ର ପରମେଶ୍ୱରଙ୍କ ଦୃଷ୍ଟିରେ ମୋତେ ଦୋଷାରୋପଣ ଏବଂ ନିନ୍ଦା କରିବା ପରି ଜଣାଗଲେ।

ସେହି ଅନୁଭୂତିରେ ସେ ଦେଖିଲେ ଯେ ସେ ପରମେଶ୍ବରଙ୍କ ଦୃଷ୍ଟିରେ ଜଣେ ପାପୀ ଅଟନ୍ତି, ଏବଂ କୌଣସି ପରିମାଣର “ଧର୍ମ” କିମ୍ବା “ଉତ୍ତମତା” ତାଙ୍କୁ ରକ୍ଷା କରିପାରିବ ନାହିଁ। ଯୁବକ ସ୍ପର୍ଜନ୍ ବହୁତ କଷ୍ଟର ସମୟ ଦେଇ ଗତି କଲେ। ସେ ନିଜ ଉଦ୍ୟମରେ ପରମେଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିବା ପାଇଁ ଅନେକ ଉପାୟରେ ଚେଷ୍ଟା କରିଥିଲେ, କିନ୍ତୁ ପରମେଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିବାକୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ଏହା ଆମକୁ ପରିବର୍ତ୍ତନର ଚତୁର୍ଥ ପର୍ଯ୍ୟାୟକୁ ନେଇଥାଏ।

IV. ଚତୁର୍ଥରେ, ଆପଣ ଆପଣଙ୍କର ପରିତ୍ରାଣ ଅର୍ଜନ କରିବାକୁ ଚେଷ୍ଟା କରିଥାଆନ୍ତି କିମ୍ବା କିପରି ରକ୍ଷା ପାଇବେ ତାହା ଶିଖିଥାଆନ୍ତି।

ଜାଗୃତ ବ୍ୟକ୍ତି ନିଜକୁ ପାପୀ ଅନୁଭବ କରିବେ, କିନ୍ତୁ ଏପର୍ଯ୍ୟନ୍ତ ଯୀଶୁଙ୍କ ନିକଟକୁ ଫେରିବେ ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଏହି ଅବସ୍ଥାରେ ଥିବା ଲୋକମାନଙ୍କ ବିଷୟରେ ଏପରି ବର୍ଣ୍ଣନା କରିଥିଲେ ଯେ, “ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ।” (ଯିଶାଇୟ ୫୩:୩)। ଆଦମ ନିଜେ ପାପୀ ବୋଲି ଜାଣିପାରି ମଧ୍ଯ ଯେପରି ତ୍ରାଣକର୍ତ୍ତାଙ୍କଠାରୁ ଲୁଚି ରହିଲେ ଏବଂ ଡିମ୍ବିରି ପତ୍ର ଦ୍ୱାରା ନିଜ ପାପକୁ ଘୋଡାଇବାକୁ ଚେଷ୍ଟା କଲେ, ଆମ୍ଭେମାନେ ମଧ୍ଯ ତାହାଙ୍କ ସଦୃଶ ଅଟୁ (ଆଦି ୩:୭, ୮)।

ଜାଗୃତ ପାପୀମାନେ ମଧ୍ଯ ଆଦମଙ୍କ ପରି ନିଜକୁ ପାପରୁ ଉଦ୍ଧାର କରିବା ପାଇଁ କିଛି କରିବାକୁ ଚେଷ୍ଟା କରିଥାଆନ୍ତି। କିପରି ଉଦ୍ଧାର ପାଇବେ ଏହା ସେମାନେ “ଶିଖିବାକୁ” ଚେଷ୍ଟା କରିଥାଆନ୍ତି। କିନ୍ତୁ ଶେଷରେ ସେମାନେ ଜାଣିପାରନ୍ତି ଯେ “ଶିଖିବାରେ” ତାଙ୍କର କୌଣସି ଲାଭ ହୁଏ ନାହିଁ, ଏବଂ ସେମାନେ “ସର୍ବଦା ଶିକ୍ଷା କରୁଥିଲେ ମଧ୍ୟ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ” (୨ ତୀମଥି ୩:୭)। କିମ୍ବା ସେମାନେ ଯୀଶୁଙ୍କ ଅନୁସନ୍ଧାନ କରିବା ପରିବର୍ତ୍ତେ ଏକ “ଅନୁଭବର” ଅନୁସନ୍ଧାନ କରିପାରନ୍ତି। କିଛି ଲୋକ ଯେଉଁମାନେ ଏକ “ଅନୁଭବର” ଅନୁସନ୍ଧାନ କରନ୍ତି, ସେମାନେ ମାସ ମାସ ଧରି ଏହିପରି ଚାଲିଥାଆନ୍ତି, କାରଣ “ଅନୁଭବ” ଦ୍ୱାରା କେହି ମଧ୍ଯ ରକ୍ଷା ପାଇପାରନ୍ତି ନାହିଁ। ସ୍ପର୍ଜନ୍ ତାଙ୍କ ପାପ ବିଷୟରେ ଜାଗୃତ ହୋଇଥିଲେ। କିନ୍ତୁ ସେ ବିଶ୍ୱାସ କରି ନ ଥିଲେ ଯେ ସେ କେବଳ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ହିଁ ଉଦ୍ଧାର ପାଇପାରିବେ। ସେ କହିଥିଲେ,

“ଖ୍ରୀଷ୍ଟଙ୍କ ନିକଟକୁ ଆସିବା ପୂର୍ବରୁ, ମୁଁ ନିଜକୁ କହିଥିଲି ଯେ, “ମୁଁ ଯେପରି ଅଛି ସେପରି ହିଁ ଯଦି ଯୀଶୁଙ୍କ ଉପରେ ବିଶ୍ୱାସ କରେ, ତେବେ ନିଶ୍ଚିତ ଭାବରେ ମୁଁ ଉଦ୍ଧାର ପାଇ ପାରବି ନାହିଁ? ମତେ ନିଶ୍ଚୟ କିଛି ଅନୁଭବ କରିବାକୁ ପଡିବ; ମତେ ନିଶ୍ଚୟ ଆଉ କିଛି କରିବାକୁ ପଡିବ।” (ibid.)

ଏବଂ ତାହା ଆପଣଙ୍କୁ ପଞ୍ଚମ ପର୍ଯ୍ୟାୟକୁ ନେଇଯାଏ।

V. ପଞ୍ଚମରେ, ଆପଣ ପରିଶେଷରେ ଯୀଶୁଙ୍କ ନିକଟକୁ ଆସିଥାଆନ୍ତି, ଏବଂ କେବଳ ତାହାଙ୍କ ଉପରେ ବିଶ୍ୱାସ କରନ୍ତି।

ଯୁବକ ସ୍ପର୍ଜନ୍ ଶେଷରେ ଜଣେ ପ୍ରଚାରକଙ୍କୁ ଏପରି କହୁଥିବା ଶୁଣିଲେ ଯେ, “ଖ୍ରୀଷ୍ଟଙ୍କ ଉପରେ ଦୃଷ୍ଟିପାତ କର... ନିଜ ଉପରେ ଦୃଷ୍ଟିପାତ କରିବାରେ କୌଣସି ଲାଭ ନାହିଁ ... ଖ୍ରୀଷ୍ଟଙ୍କ ଉପରେ ଦୃଷ୍ଟିପାତ କର।” ତାଙ୍କର ସମସ୍ତ ସଂଘର୍ଷ ଏବଂ ଆନ୍ତରିକ ଅଶାନ୍ତି ଏବଂ ଯନ୍ତ୍ରଣା ପରେ - ଶେଷରେ ସ୍ପର୍ଜନ୍ ଯୀଶୁଙ୍କ ଉପରେ ଦୃଷ୍ଟିପାତ କରି ତାହାଙ୍କ ଉପରେ ବିଶ୍ୱାସ କରିଥିଲେ। ସ୍ପର୍ଜନ କହିଛନ୍ତି, “ମୁଁ [ଯୀଶୁଙ୍କ] ରକ୍ତ ଦ୍ୱାରା ଉଦ୍ଧାର ପାଇଅଛି! ମୁଁ ଗୃହ ପର୍ଯ୍ୟନ୍ତ ଆନନ୍ଦରେ ନାଚି ନାଚି ଯାଇପାରେ।”

ସେହି ସମସ୍ତ ସଂଘର୍ଷ ଏବଂ ସନ୍ଦେହ ପରେ, ସେ ଏକ ଅନୁଭବର ସନ୍ଧାନ କରିବା ପରିତ୍ଯାଗ କରିଥିଲେ, କିମ୍ବା ନିଜ ଭିତରେ ଅନ୍ୟ କିଛି ଖୋଜିବା ବନ୍ଦ କରିଦେଲେ। ସେ କେବଳ ଯୀଶୁଙ୍କ ଉପରେ ବିଶ୍ୱାସ କଲେ - ଏବଂ ଯୀଶୁ ସେହି ମୁହୂର୍ତ୍ତରେ ତାଙ୍କୁ ଉଦ୍ଧାର କଲେ। କିଛି ସମୟ ମଧ୍ୟରେ ସେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପାପରୁ ଧୌତ ହୋଇଥିଲେ! ଏହା ସରଳ ଅଟେ, ତଥାପି ଏହା ହେଉଛି ଜଣେ ମନୁଷ୍ଯର ସବୁଠାରୁ ଗଭୀର ଅନୁଭୂତି। ମୋର ପ୍ରିୟବନ୍ଧୁଗଣ, ତାହା ହିଁ ହେଉଛି ପ୍ରକୃତ ପରିବର୍ତ୍ତନ! ବାଇବଲ କୁହେ, “ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ପରିତ୍ରାଣ ପାଇବ” (ପ୍ରେରିତ ୧୬:୩୧)। ଯୋସେଫ ହାର୍ଟ କହିଅଛନ୍ତି,

ଯେଉଁ ମୁହୂର୍ତ୍ତରେ ଜଣେ ପାପୀ ଯୀଶୁଙ୍କୁ ବିଶ୍ୱାସ କରେ,
     ଏବଂ ତାହାଙ୍କ କୃଶବିଦ୍ଧ ପରମେଶ୍ବରଙ୍କ ଉପରେ ଭରସା କରେ,
ତତକ୍ଷଣାତ ସେ କ୍ଷମା ପ୍ରାପ୍ତ ହୁଏ,
     ତାହାଙ୍କ ରକ୍ତ ଦ୍ୱାରା ସଂପୂର୍ଣ୍ଣ ମୁକ୍ତି ମିଳିଥାଏ।
(“ଏକ ପାପୀ ବିଶ୍ୱାସ କରିବା କ୍ଷଣି” ଯୋସେଫ୍ ହାର୍ଟଙ୍କ ଦ୍ୱାରା, ୧୭୧୨-୧୭୬୮)।

ଉପସଂହାର

ଯୀଶୁ କହିଲେ,

“ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ“ (ମାଥିଉ ୧୮:୩)।

ସ୍ୱର୍ଗୀୟ ନଗରୀକୁ ତୀର୍ଥଯାତ୍ରୀ ପୁସ୍ତକର ମୁଖ୍ୟ ଚରିତ୍ରଙ୍କ ପରି, “ଖ୍ରୀଷ୍ଟଙ୍କ ନିମନ୍ତେ” କୌଣସି ଶ୍ରେଷ୍ଠ ନିଷ୍ପତ୍ତିରେ ସନ୍ତୁଷ୍ଟ ହୁଅନ୍ତୁ ନାହିଁ। ନା! ନା! ଏହା ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ପ୍ରକୃତ ପରିବର୍ତ୍ତନ ହୋଇଅଛି, କାରଣ ଯଦି ଆପଣ ପ୍ରକୃତରେ ପରିବର୍ତ୍ତିତ ହୋଇ ନାହାନ୍ତି, “ଆପଣ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ“ (ମାଥିଉ ୧୮:୩)।


ପ୍ରକୃତ ରୂପାନ୍ତର କରିବାକୁ |


ପ୍ରକୃତ ପରିବର୍ତ୍ତନ ହେବାକୁ ହେଲେ

1.    ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରକୃତ ବିଶ୍ୱାସ କରିବାକୁ ପଡିବ ଯେ ଜଣେ ପରମେଶ୍ବର ଅଛନ୍ତି - ଜଣେ ପ୍ରକୃତ ପରମେଶ୍ୱର ଯିଏ ପାପୀମାନଙ୍କୁ ନର୍କ ଦଣ୍ଡ ଦିଅନ୍ତି, ଏବଂ ପରିତ୍ରାଣ ପ୍ରାପ୍ତ ହୋଇଥିବା ଲୋକଙ୍କୁ ସେମାନଙ୍କ ମୃତ୍ଯୁ ପରେ ସ୍ୱର୍ଗକୁ ନେଇଯାଆନ୍ତି।

2.    ଆପଣଙ୍କୁ ନିଶ୍ଚିତ ଭାବରେ ଅନ୍ତର ମଧ୍ଯରେ ଜାଣିବାକୁ ପଡିବ ଯେ, ଆପଣ ଜଣେ ପାପୀ ଅଟନ୍ତି ଯିଏ ପରମେଶ୍ବରଙ୍କୁ ଗଭୀର ଭାବରେ ଅପମାନିତ କରିଅଛନ୍ତି। ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହିପରି ଚାଲିପାରନ୍ତି (କିମ୍ବା କିଛି ଲୋକଙ୍କ ନିମନ୍ତେ ଏହା ସ୍ୱଳ୍ପ ସମୟ ହୋଇପାରେ)। ଆମର ସହଯୋଗୀ ପାଳକ ଡକ୍ଟର କାଗନ୍ କହିଅଛନ୍ତି ଯେ, “ମୁଁ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣିବା ପରେ ଅନେକ ମାସ ପର୍ଯ୍ୟନ୍ତ ନିଦ୍ରାହୀନ ରାତିରେ ସଂଘର୍ଷ କରିଥିଲି। ମୁଁ ମୋ ଜୀବନରେ ଏହି ଅବଧିକୁ କେବଳ ଦୁଇ ବର୍ଷର ମାନସିକ ଯନ୍ତ୍ରଣା ଭାବରେ ବର୍ଣ୍ଣନା କରେ” (ସି. ଏଲ୍ କାଗନ୍, ପିଏଚ.ଡି., ଡାରୱିନ୍ ଠାରୁ ପରିକଳ୍ପନା ପର୍ଯ୍ୟନ୍ତ, ହ୍ୱାଇଟେକର୍ ହାଉସ୍, ୨୦୦୬, ପୃ. ୪୧)।

3.   ଆପଣଙ୍କୁ ନିଶ୍ଚିତ ଭାବରେ ଜାଣିବାକୁ ପଡିବ ଯେ, ଯେଉଁ ପରମେଶ୍ୱରଙ୍କୁ ଆପଣ ଅପମାନିତ ଏବଂ କ୍ରୋଧିତ କରିଅଛନ୍ତି, ତାହାଙ୍କ ସହିତ ସମନ୍ୱୟ ପୁର୍ନମିଳନ କରିବା ପାଇଁ ଆପଣ କୌଣସି ଉତ୍ତମ କାର୍ଯ୍ୟ କରିପାରିବେ ନାହିଁ। ଆପଣଙ୍କ କୌଣସି କଥା, କିମ୍ବା ଶିକ୍ଷା, କିମ୍ବା କାର୍ଯ୍ୟ, କିମ୍ବା ଅନୁଭବ ଆପଣଙ୍କୁ ସାହାଯ୍ୟ କରିପାରିବ ନାହିଁ। ତାହା ଆପଣଙ୍କର ମନ ଏବଂ ହୃଦୟରେ ସ୍ପଷ୍ଟ ହେବା ଆବଶ୍ଯକ।

4.    ଆପଣଙ୍କୁ ନିଶ୍ଚିତ ଭାବରେ ପରମେଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ପଡିବ ଏବଂ ତାହାଙ୍କ ରକ୍ତ ଦ୍ୱାରା ଆପଣଙ୍କ ପାପରୁ ଧୌତ ହେବାକୁ ପଡିବ। ଡକ୍ଟର କାଗନ୍ କହିଅଛନ୍ତି, “ମୋର ସ୍ମରଣରେ ଆସେ ଯେ, ଯେତେବେଳେ ମୁଁ [ଯୀଶୁଙ୍କ] ଉପରେ ବିଶ୍ୱାସ କରିଥିଲି… କିଛି ମୁହୂର୍ତ୍ତ ପର୍ଯ୍ୟନ୍ତ ମତେ ଲାଗୁଥିଲା ଯେ ମୁଁ ତୁରନ୍ତ [ଯୀଶୁଙ୍କ] ସାମ୍ନା କରୁଥିଲି… ମୁଁ ନିଶ୍ଚିତ ଭାବରେ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ ଥିଲି ଏବଂ ସେ ନିଶ୍ଚିତ ଭାବରେ ମୋ ନିମନ୍ତେ ଉପଲବ୍ଧ ଥିଲେ। ଯଦିଓ ସେ ମୋ ପାଇଁ ସର୍ବଦା ଉପସ୍ଥିତ ଥିଲେ ଏବଂ ସ୍ନେହପୂର୍ଣ୍ଣ ଭାବରେ ମୋତେ ପରିତ୍ରାଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଥିଲେ, ଅନେକ ବର୍ଷ ଧରି ମୁଁ ତାଙ୍କୁ ଦୂରେଇ ଦେଇଥିଲି। କିନ୍ତୁ ସେଦିନ ରାତିରେ ମୁଁ ଜାଣିଗଲି ଯେ ତାହାଙ୍କ ଉପରେ ବିଶ୍ୱାସ କରିବାର ସମୟ ଆସିଅଛି। ମୁଁ ଜାଣିଗଲି ଯେ ମୁଁ ନିଶ୍ଚିତ ଭାବରେ ତାହାଙ୍କ ନିକଟବର୍ତ୍ତି ହେବି କିମ୍ବା ତାହାଙ୍କଠାରୁ ବିମୁଖ ହେବି। ସେହି ମୁହୂର୍ତ୍ତରେ, ମୁଁ ଯୀଶୁଙ୍କ ନିକଟକୁ ଆସିଗଲି। ତାପରେ ମୁଁ ଆଉ ଜଣେ ଆତ୍ମନିର୍ଭରଶୀଳ ଅବିଶ୍ୱାସୀ ନଥିଲି। ମୁଁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଭରସା କରିଥିଲି। ମୁଁ ତାହାଙ୍କଠାରେ ବିଶ୍ୱାସ କରିଥିଲି। ଏହା ଅତି ସରଳ ଥିଲା ... ମୁଁ ସାରା ଜୀବନ ଦୂରକୁ ଦୌଡି ପଳାଉଥିଲି, କିନ୍ତୁ ସେହି ରାତିରେ ମୁଁ ବୁଲିପଡି ସିଧାସଳଖ ଏବଂ ତୁରନ୍ତ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିଗଲି।” (ସି. ଏଲ୍. କାଗନ, ibid., ପୃ. 19) ତାହା ହେଉଛି ଏକ ପ୍ରକୃତ ପରିବର୍ତ୍ତନ। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରିବର୍ତ୍ତିତ ହେବା ପାଇଁ ତାହା ହିଁ ଆପଣମାନେ ଅନୁଭବ କରିବା ଉଚିତ୍! ଯୀଶୁଙ୍କ ନିକଟକୁ ଆସନ୍ତୁ ଏବଂ ତାହାଙ୍କ ଉପରେ ଭରସା କରନ୍ତୁ! ସେ ଆପଣଙ୍କୁ ଉଦ୍ଧାର କରିବେ ଏବଂ କୃଶରେ ଢାଳିଦେଥିବା ରକ୍ତ ଦ୍ୱାରା ଆପଣଙ୍କୁ ସମସ୍ତ ପାପରୁ ପରିଷ୍କାର କରିବେ! ଆମେନ୍।